ଡ଼.ବାସନ୍ତୀ ମହାନ୍ତିଙ୍କ ତିନୋଟି ପୁସ୍ତକ ଲୋକାର୍ପିତ


ଭୁବନେଶ୍ୱର : ସ୍ଥାନୀୟ ଭାରତୀୟ ବିଦ୍ୟାଭବନରେ ପ୍ରକାଶନ ସଂସ୍ଥା ବିଦ୍ୟା ପବ୍ଲିଶିଙ୍ଗ କାନାଡ଼ା ପକ୍ଷରୁ ସୁଲେଖିକା ଡ଼ . ବାସନ୍ତୀ ମହାନ୍ତିଙ୍କ କବିତା ସଂକଳନ ‘ଚନ୍ଦ୍ରମଲ୍ଲୀ’ ଓ କ୍ଷୁଦ୍ରଗଳ୍ପ ସଂକଳନ ‘ଆମ୍ବଗଛର ଛାଇ’ ଏବଂ ଇଂରାଜୀ ପ୍ରାଧ୍ୟାପିକା ସୁବ୍ରତା ମିଶ୍ରଙ୍କ ଦ୍ୱାରା ଅନୁଦିତ ‘ଚନ୍ଦ୍ରମଲ୍ଲୀ’ ର ଇଂରାଜୀ ଅନୁବାଦ ସଂକଳନ ଉନ୍ମୋଚିତ ହୋଇଯାଇଛି | ଏହି ପୁସ୍ତକ ଲୋକାର୍ପଣ ଉତ୍ସବ ଅବସରରେ ଲେଖିକା ଡ଼ . ମହାନ୍ତିଙ୍କ ଆଉ ଦୁଇଟି ପୁସ୍ତକ ‘ ଆରଣ୍ଣ୍ୟକା ‘ ଓ ‘ଦୂର ଆକାଶର ତାରା’ ମଧ୍ୟ ଲୋକାର୍ପିତ ହୋଇଛି | ପୁସ୍ତକ ଉନ୍ମୋଚନର ମନୋରମ ସନ୍ଧ୍ୟାରେ ବିଶିଷ୍ଟ କବି ଓ ପ୍ରଶାସନିକ ଅଧିକାରୀ ରବିନାରାୟଣ ସେନାପତି ସଭାପତିତ୍ୱ କରିଥିବାବେଳେ ସମ୍ମାନିତ ଅତିଥିଭାବେ ଭାଷାବିତ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ , ସାହିତ୍ୟକ ଅଧ୍ୟାପକ ବିଶ୍ୱରଂଜନ , ପ୍ରଫେସର ମେଜର ରମାରମଣ ପାଢ଼ୀ , ଗବେଷକ ସାଇମନ ବିଡ଼ିକା ପ୍ରମୁଖ ପୁସ୍ତକଗୁଡିକ ଉପରେ ଖୁକ ତତ୍ୱଭିତ୍ତିକ ଆଲୋଚନା କରିଥିଲେ | ବିଦ୍ୟା ପବ୍ଲିସିଙ୍ଗର ନିର୍ଦେଶିକା ଡ଼ .ସୁନନ୍ଦ ମିଶ୍ର ପଣ୍ଡା ସ୍ୱାଗତ ଭାଷଣ ଦେବା ସହ ନର୍ମଦା ସୁବୁଦ୍ଧିଙ୍କ ଦ୍ୱାରା ହିନ୍ଦୀ ଭାଷାରେ ଅନୁଦିତ ‘ ଚନ୍ଦ୍ରମଲ୍ଲୀ ‘ ଖୁବଶୀଘ୍ର ପ୍ରକାଶ ପାଇବ ବୋଲି ଘୋଷଣା କରିଥିଲେ | ଏହି ଅବସରରେ ପ୍ରକାଶନ ସଂସ୍ଥାର ପ୍ରତିଷ୍ଠାତା ପ୍ରଫେସର ତନ୍ମୟ ପଣ୍ଡା ଗଳ୍ପ ପୁସ୍ତକ ବିଷୟରେ ସୂଚନା ପ୍ରଦାନ କରିଥିଲେ | ଡ଼ଃ ବାସନ୍ତୀ ମହାନ୍ତିଙ୍କ ବହି ଗୁଡିକୁ ଉପସ୍ଥିତ ସାରସ୍ୱତ ପ୍ରେମୀ ବ୍ୟକ୍ତିତ୍ୱ ମାନେ ଉଚ୍ଚ ପ୍ରଶଂସା କରିବା ସହ ଏହା ଭବିଷ୍ୟତରେ ତରୁଣ ଲେଖକ ମାନଙ୍କ ପାଇଁ ପ୍ରେରଣାର ବାର୍ତ୍ତାବହ ହେବ ବୋଲି ମତ ଦେଇଥିଲେ |

Leave a Reply

Your email address will not be published. Required fields are marked *